ଟାଙ୍ଗୀ /ରାକେଶ କୁମାର ଜଗଦେବ : ପୁଣି ବଡ଼ ଶଙ୍ଖ ନେଲା ଆଉ ଜଣେ ଯୁବକଙ୍କ ଜୀବନ l ବଡ଼ ଶଙ୍ଖରେ ପିଟି ହୋଇ ଚାଲିଗଲା ଜଣେ ଯୁବକଙ୍କ ଜୀବନl ଜଣେ ମା ର କୋଳ ହୋଇଗଲା ଶୂନ୍ୟl ଗତ କାଲି ରାତିରେ ଘଟିଛି ଦୁର୍ଘଟଣାl ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆ ଗ୍ରାମର ସୌମେନ୍ଦ୍ର ପାଇକରାୟ( 24 ବର୍ଷ ) ଏକ ବାଇକରେ ବଡ଼ ପୋଖରୀଆ ରୁ କାଳୁପଡା ଘାଟ ଅଭିମୁଖେ ଯାଉଥିଲେl ଟାଙ୍ଗୀ କାଳୁପଡା ଘାଟ ରାସ୍ତାରେ ଯାଉଥିବା ବେଳେ ବଡ଼ ଶଙ୍ଖ ଠାରେ ମୋଡଣୀ ରାସ୍ତା ଥିବାରୁ ବାଇକଟି ଭାରସାମ୍ୟ ହରାଇ ବଡ଼ ଶଙ୍ଖ ପୋଲର ବାଡରେ ପିଟି ହୋଇଥିଲା l ଫଳରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଯୁବକ ଜଣକ ସେଠାରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡି ରହିଥିଲେ l କେତେକ ପରୋପକାରୀ ସ୍ଥାନୀୟ ଯୁବକ ସେଠାରେ ପହଁଚି ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଯୁବକଙ୍କୁ ମୃତ ଘୋଷଣା କରାଯାଇଛି l ମୃତ ଯୁବକଙ୍କ ଅକାଳ ମୃତ୍ୟରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ଟାଙ୍ଗୀ ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରି ତଦନ୍ତ କରୁଛି l ଗତ 3 ମାସ ମଧ୍ୟରେ ବଡ଼ ଶଙ୍ଖ ଠାରେ ଦୁର୍ଘଟଣା ଘଟି 5 ରୁ ଅଧିକ ଜୀବନ ଯାଇଥିବା ଜଣା ପଡିଛି l