ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ଯୁବକ: ଜଣେ ନିଖୋଜ

0

କଟକ: ମହାନଦୀକୁ ଡେଇଁ ଯୁବକ ନିଖୋଜ।କଟକ ଜଗତପୁର ବାରଗଡିଆରେ ନଦୀରେ ବୁଡି ଜଣେ ନିଖୋଜ ହୋଇଛନ୍ତି। ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ଯୁବକ। ନଦୀକୁ ୪ଜଣ ଯୁବକ ଡେଇଁ ପଡ଼ିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ୩ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଯୁବକ ଜଣକ ହେଉଛନ୍ତି ଜଗତପୁର ପୂର୍ବକଛର ୨୬ ବର୍ଷର ସେକ୍ ତଲିମ୍  ବୋଲି ଜଣାପଡିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ଜଗତପୁର ଥାନା ବରଗୋଡ଼ିଆରେ ମହାନଦୀରୁ ବାଲି ଉଠାଉ ଥିବା ସମୟରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବରଗୋଡ଼ିଆ ନିକଟ ମହାନଦୀରୁ ବେଆଇନ୍‌ ଭାବେ ବାଲି ଉଠାଣ ଚାଲିଥିଲା । ଯାହା ସଂପର୍କରେ ଖବର ପାଇ ମାଇନ୍ସ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଯେଉଁଥିରେ ଭୟଭୀତ ହୋଇ ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ । ଯାହାପରେ ଯୁବକଙ୍କୁ ଉଦ୍ଧାର କରି ଆରମ୍ଭ ହୋଇଥିଲା ଖୋଜାଖୋଜି । ହେଲେ ବର୍ତ୍ତମାନ ଯାଏଁ ନିଖୋଜ ଯୁବକଙ୍କ ସଂପର୍କରେ କୌଣସି ସୂଚନା ମିଳିଲାନି ।