କରଞ୍ଜିଆ /ବସନ୍ତ କୁମାର ସୋରେନ: କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । କିଛି ଦିନ ହେଲାଣି ହାତୀପଲ ବିଭିନ୍ନ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି । କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ଓ ସାତକୋଶିଆର ରେଞ୍ଜ ଅଞ୍ଚଳର ବିଭିନ୍ନ ସ୍ଥାନରେ ୨୯ ଟି ହାତୀ ଥିବା ନେଇ ବନ ବିଭାଗ ସୂଚନା ଦେଇଛି। ୧୮ ଟିକିଆ ଝାରଖଣ୍ଡ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜର ବାଲାପୋଷ ଗାଁର ଜଲଢିପା ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ, ବ୍ୟାପକ ଫସଲ ଖାଇ ନଷ୍ଟ କରିଥିବା କୁହାଯାଉଛି । ରେଞ୍ଜ ଅଞ୍ଚଳର ତାଳପଦା ଗ୍ରାମର ବ୍ରାହ୍ମଣବେଡା ସାହିର ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଅଞ୍ଚଳରେ ଥିବା ମୋଟ ୨୯ ଟି ହାତୀ ମଧ୍ୟରୁ ୧୮ ଟି ହାତୀ ତାଳପଦା ଅଞ୍ଚଳ ରେଥିବା ବେଳେ ଠାକୁରମୁଣ୍ଡା ନିକଟ ଖଜୁରିଆ ଜଙ୍ଗଲ ରେ ୪ ଟି ହାତୀ, ସାତକୋଶିଆ ରେଞ୍ଜ ର ସାତକୋଶିଆ ଜଙ୍ଗଲ ରେ ୫ ଟି ଓ ଗୋଡଭଙ୍ଗା ଜଙ୍ଗଲ ରେ ୨ ଟି ହାତୀ ଥିବାରକୁହାଯାଉଥିବା ବେଳେ ଏସମସ୍ତ ହାତୀ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରତି ଦିନ ବ୍ୟାପକ ଫସଲ ନଷ୍ଟ କରି ଆସୁଛନ୍ତି।ବର୍ତ୍ତମାନ ଧାନ ବାହାରି ବା ସମୟରେ ବିଲରେ ଫସଲ ଖାଇବା ସହ ମାଡି ନଷ୍ଟ କରିଦେଇଛନ୍ତି।ଏତେ ସଂଖ୍ୟକ ହାତୀ ପଲ ହଠାତ ପଶି ଆସିବାରୁ ସ୍ଥାନୀୟ ଲୋକ ମାନେ ଭୟଭୀତ ହେବା ସହ ଫସଲ ନଷ୍ଟ ଆଶଙ୍କା କରି ଚିନ୍ତାରେ ଚାଷୀ। ୧୮ଟିକିଆ ହାତୀ ପଲ ଆଜି ଆସିବା ପରେ ବନବିଭାଗ ପକ୍ଷରୁ ଖଣ୍ଡବନ୍ଧ ,ପଡିଆବେଡା ଓ ତାଳପଦା ପଞ୍ଚାୟତ ଅଞ୍ଚଳ ର ଲୋକ ଙ୍କୁ ଜଙ୍ଗଲ କୁ ନ ଯିବାପାଇଁ ସଚେତନ କରାଇଛନ୍ତି ।