କାଜୁ ସଂଗ୍ରହ କରିବା ସମୟରେ ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

0

ହିନ୍ଦୋଳ/ ଗୌତମ ମୁଦୁଲି: ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିନସ୍ଥ ଖଜୁରୀ ଆକଟା ସେକ୍ସନ ନୂଆ ଗ୍ରାମରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳ ସମୟ ପ୍ରାୟ ୯ଟା ସମୟରେ ସେହି ଗ୍ରାମର ଶ୍ରୀଧର ସାମଲ ନାମକ ଜଣେ ଯୁବକ ନିଜ କାଜୁ ବଗିଚାକୁ କାଜୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ବଣୁଆ ହାତୀ ହାବୁଡରେ ପଡିଯାଇଥିଲେ। ନିଜ ଜୀବନ ବଞ୍ଚାଇ ଦୌଡ଼ିବାକୁ ଆରମ୍ଭ କରିବା ସମୟରେ ଏହି ଦନ୍ତାହାତୀଟି ତାଙ୍କୁ ଶୁଣ୍ଢରେ ଚାପି ଧରି କଚାଡି ଦେଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ଖବର ପାଇ ହିନ୍ଦୋଳ ବନବିଭାଗ ଅଧିକାରୀ ମାନେ ପହଞ୍ଚି ଶବକୁ ଜବତ କରିବା ସହିତ ପୋଷ୍ଟ ମଟମ୍ ପାଈଁ ହିନ୍ଦୋଳ ମେଡିକାଲ ପଠାଇ ଦେଇଛନ୍ତି।