କଳାହାଣ୍ଡି/ ଜନକ ପୋଡା: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ନବରଙ୍ଗପୁର ବିଜୁ ଏକ୍ସପ୍ରେସ ୱେରେ ଘଟିଯାଇଛି ମର୍ମ ଦୁନ୍ତ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା କୁହାଯାଉଛି । ମୃତ ଯୁବକ ଯଣଙ୍କ ହେଲେ ଛତାଗୋଏରା ଗାଁ ର ଛବିଲାଲ ନାଗ ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ, ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ବର୍ତମାନ କ୍ଷତି ପୂରଣ ଦାବିରେ ଧର୍ମଗଡ – ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ପରିବାର ଏବଂ ଗ୍ରାମବାସୀ ଙ୍କ ରାସ୍ତା ରୋକ ।