ଯୁକ୍ତ ଦୁଇଙ୍କ ପାଇଁ ୟୁଟ୍ୟୁବ୍

0

(ରିପୋଟର୍ସ ଟୁଡେ) ; କରୋନା ମହାମାରୀ ଶିକ୍ଷାବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏବେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଏବେ ଅନଲାଇନ ରେ ପାଠପଢାକୁ ଗରୁତ୍ୱ ଦିଆଯାଇଛି । ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍ରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ତେଣୁ କଲେଜଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଉକ୍ତ ୭ଟି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ୟ୍ୟାୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ୍ଶୀଘ୍ର ୟୁଟ୍ୟୁବ୍ରେ ଶିକ୍ଷା ଦିଆଯିବ। ପ୍ରଥମ ପର୍ୟ୍ୟାୟରେ ୭ଟି ସ୍ଥାନ ଯଥା ଭୁବନେଶ୍ୱରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀର ଏସ୍ଏସ୍ସିଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଏମ୍ପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ୱରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏହି ପାଠପଢ଼ା ଆରମ୍ଭ ହେବ।