କେକ୍ ନେଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କ ଭିଡିଓ ଭାଇରାଲ୍

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ବଢିଲା ବିବାଦ । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଧରାପଡ଼ିଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏନଆଇଏ ଏବଂ ଆଇବି ଦ୍ୱାରା ପଚରାଉଚରା ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିବା ଜ୍ୟୋତିଙ୍କ ସମ୍ପର୍କରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚଯ୍ୟ ଲାଗି । ପହଲଗାମ ଆତଙ୍କବାଦୀ ଆକ୍ରମଣର ପରଦିନ, ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଜଣେ କର୍ମଚାରୀଙ୍କୁ କେକ୍ ଧରି ଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଆଉ ଏବେ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଏହି କର୍ମଚାରୀଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଫଟୋ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ଜ୍ୟୋତି ମାଲହୋତ୍ରାଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରୁଛନ୍ତି । ଏହା ପରେ, ତାଙ୍କର ପାଣ୍ଠି ଏବଂ ଗ୍ୟାଜେଟ୍‌ଗୁଡ଼ିକର ମଧ୍ୟ ତଦନ୍ତ କରାଯାଉଛି। ତଦନ୍ତରୁ ଜଣାପଡିଛି ଯେ ସେ ୨୦୨୩ ମସିହାରେ ପାକିସ୍ତାନ ହାଇକମିଶନ ମାଧ୍ୟମରେ ପାକିସ୍ତାନ ଯାଇଥିଲେ। ପାକିସ୍ତାନ ଗସ୍ତ ସମୟରେ, ଜ୍ୟୋତି ପାକ୍ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କୁ ଭେଟିଥିଲେ। ଏହା ପରେ, ଦାନିଶଙ୍କ ସହ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଲା। ଏହା ପରେ ସେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ଯୋଗାଯୋଗ ରକ୍ଷା କରିଥିଲେ ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିଥିଲେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି। ଜ୍ୟୋତି ମୋଟ ତିନିଥର ପାକିସ୍ତାନ ଗସ୍ତ କରିଥିବା କଥା ସାମ୍ନାକୁ ଆସିଛି।