ଅପ୍କମିଂ ଫିଲ୍ମ ‘ଆକ୍ସନ ହିରୋ’ର ଘୋଷଣା କଲେ ଆୟୁଷ୍ମାନ
ନିଜର ଦମାଦର ଅଭିନୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆୟୁଷ୍ମାନ ଖୁରାନା । ନିଜ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥିବା ଆୟୁଷ୍କାନ ଏବେ କିନ୍ତୁ କରିବେ ଆକ୍ସନ।
(ମୁମ୍ବାଇ) : ନିଜର ଦମାଦର ଅଭିନୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆୟୁଷ୍ମାନ ଖୁରାନା । ନିଜ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥିବା ଆୟୁଷ୍କାନ ଏବେ କିନ୍ତୁ କରିବେ ଆକ୍ସନ। ଲଭର ବୟରୁ ଆକ୍ସନ ହିରୋ ସାଜିବେ ଆୟୁଷ୍ମାନ । ଆୟୁଷ୍ମାନ ତାଙ୍କ ଅପ୍କମିଂ ଫିଲ୍ମ ‘ଆକ୍ସନ ହିରୋ’ର ଘୋଷଣା କରିଛନ୍ତି। ଏଥିସହ ସହ ସୋଶାଲ ମିଡିଆରେ ଏହି ଫିଲ୍ମର ଏକ ଟିଜର ମଧ୍ୟ ସେ ଶେୟାର କରିଛନ୍ତି। ଏହାକୁ ଶେୟାର କରି ଆୟୁଷ୍ମାନ ଲେଖିଛି, ‘ଦୁଃଖର କଥା ଯେ, ମୋତେ ଲଢ଼ିବାର ଆକ୍ଟିଂ କରି ଆସେ, କିନ୍ତୁ ଲଢ଼ିବା ଆସେନି। ଏଥିପାଇଁ ମୁଁ ବେଶ୍ ଉତ୍ସାହିତ ଅଛି।’
ସୂଚନାନୁଯାୟୀ , ଆନନ୍ଦ ଏଲ୍ ରୟ ଏବଂ ଭୂଷଣ କୁମାରଙ୍କ ପ୍ରଡକ୍ସନରେ ଏହି ଫିଲ୍ମଟି ତିଆରି ହେବ। ଏଥିରେ ଆୟୁଷ୍ମାନ ଲିଡ୍ ରୋଲରେ ନଜର ଆସିବେ। ତେବେ ତାଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନିର୍ମାତା ଭୂଷଣ କୁମାର କହିଛନ୍ତି, ‘ଆୟୁଷ୍ମାନ ଏହି ଫିଲ୍ମର ଆକ୍ସନ ହିରୋ ଚରିତ୍ର ପାଇଁ ପୂରାପୁରି ଫିଟ୍ ଅଛନ୍ତି। ଏହା ଟି-ସିରିଜ ସହ ଆୟୁଷ୍ମନଙ୍କ ଏହା ଚତୁର୍ଥ ଫିଲ୍ମ।’ ଏହି ଫିଲ୍ମର ଶୁଟିଂ ଭାରତ ଏବଂ ୟୁକେରେ କରାଯିବ। ଅନିରୁଦ୍ଧ ଆୟର ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଟି-ସିରିଜ ଏବଂ କଲର ୟେଲୋ ପ୍ରଡକ୍ସନର ବ୍ୟାନର ଏହି ଫିଲ୍ମ।