ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ୨୦୨୪କୁ ବିଦାୟ ଦେଇ ୨୦୨୫ବର୍ଷକୁ ସ୍ୱାଗତ କରିବା । ତେଣୁ ଆଜି ରାତି ୧୨ଟାରେ ହେବ ଜିରୋ ନାଇଟ ସେଲିବ୍ରେସନ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଦେଖିବାକୁ ଉତ୍ସାହ ଏବଂ ଚାରିଆଡେ ଚାଲିଛି ଜୋରଦାର ପ୍ରସ୍ତୁତି । ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ।ଆଜି ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ।ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୁଲିସ ।