ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୃତ୍ୟୁ ବରଣ କରିଛି ‘ ଜୁଲୁ’

0

ଭୁବନେଶ୍ୱର: ଆଉ ନାହିଁ ‘ଜୁଲୁ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ‘ ଜୁଲୁ’ର ୩୫ ବର୍ଷ ବୟଷରେ ମୃତ୍ୟୁ ବରଣ କରିଛି । ଜୁଲୁର ମୃତ୍ୟୁ ଖବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶେକର ଛାୟା ଖେଳିଯାଇଛି । ତେବେ ବତ୍ତମାନ ନନ୍ଦନକାନନରେ ୭କୁ ଖସିଆସିଛି ସିମ୍ପାଞ୍ଜିଙ୍କ ସଂଖ୍ୟା । ତେବେ ଗତକାଲି ଜୁଲୁ ଗୋଟିଏ ସାବକ ଜନ୍ମ ଦେଇଥିବା ବେଳେ ଆଜି ତାର ମୃତ୍ୟୁ ଘଟିଛି । ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ୧୯୯୪ ମସିହା ୧୬ ତାରିଖରେ ସିଙ୍ଗାପୁର ଚିଡିଆଖାନାରୁ ନନ୍ଦନକାନନ ଆସିଥିଲା ‘ଜୁଲୁ’ । ସେତେବେଳକୁ ଜୁଲୁର ବୟଷ ଥିଲା ସାଢେ ୩ବର୍ଷ ।