ଛତୁ ଖାଇ ୩ଜଣ ଅସୁସ୍ଥ

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଖୋଜି ବିଶ୍ୱାଳ ସାହିରେ ଗତକାଲି ଜଙ୍ଗଲରୁ ଛତୁ ଆଣି ତାହାକୁ ରୋଷେଇ କରିଥିଲେ ଯାହାକୁ ଖାଇ ପରିବାରର ୩ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ହେଲେ ସୁଦର୍ଶନ ବିଶ୍ୱାଳଙ୍କ ସ୍ତ୍ରୀ ସାଧବାଣୀ( ୬୫), ଦୁଇ ନାତୁଣୀ ରାନୀ (୧୦) ଓ ରୁନି (୮ )। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।