ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି; ଜଣେ ଆଇଏଏସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ
ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି | ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି ହୋଇଛି | ଜଣେ ଆଇଏଏସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ ହୋଇଛି |
ଆଇଏଏସଙ୍କ ବିରୁଦ୍ଧରେ ପ୍ରମାଣ ସହ ଅଭିଯୋଗ ହୋଇଥିଲା | ଅପରାଜିତା ଷଢଙ୍ଗୀ ଓ ମନମୋହନ ସାମଲ କରିଥିଲେ ଅଭିଯୋଗ | ୨୪ ଜୁନରେ ଲିଖିତ ଅଭିଯୋଗ କରିଥିଲେ ଅପରାଜିତା । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର । ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନଡ୍ରାଇଭ |