(ଅନୁସ୍ୱୟା)ଭୁବନେଶ୍ୱର: ଆଜି କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିବେ । ଏହି ଅବସରରେ ଦଳ ସଂଶୋଧିତ ନାଗରିକତା ଆଇନ ବିରୋଧରେ ଦେଶର ସମସ୍ତ ରାଜ୍ୟ ରାଜଧାନୀରେ ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ ରାଲି ଆୟୋଜନ କରିବ । ଦିଲ୍ଲୀରେ ଭାରତ ବଞ୍ଚାଅ ରାଲିର ଆୟୋଜନ ପରେ ଦେଶର ବିଭିନ୍ନ ରାଜ୍ୟରେ ଦଳ ଏହି ରାଲି କରିବାକୁ ଯାଉଛି । ସେପଟେ ପ୍ରତିଷ୍ଠା ଦିବସ ଅବସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୋରେ ରହିବେ । ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।