ଭୁୁବନେଶ୍ୱର/ସଞ୍ଜୁ– ଆଜି ଧନତେରାସ । ସାରା ଦେଶରେ ଗତ କିଛି ବର୍ଷ ମଧ୍ୟରେ ଦେଶର ଏକ ପ୍ରମୁଖ ପର୍ବର ରୂପ ନେଇଛି । ଧନତେରସ ଆସିଲେ ଲୋକ ସୁନା ଗହଣା ନକିଣିଲେ ବି ସୁନା କଏନ ବା ସୁନା ସ୍ୱସ୍ତିକ କିଣିବାକୁ ପସନ୍ଦ କରିଥାନ୍ତି । ଧନର ଦେବୀ ଲକ୍ଷ୍ମୀଙ୍କ ସଂକେତ ଭାବେ ଏସବୁ ଗହଣା ବା ସୁନା ମୁଦ୍ରା କିଣାଯାଏ । ସୁନା ଗହଣା ବ୍ୟବସାୟୀମାନେ ଏହାକୁ ବଡ ଆକାରରେ ପାଳନ କରୁଛନ୍ତି । ଦୋକାନମାନଙ୍କରେ ଭିଡ ଜମିବାରେ ଲାଗିଛି ।କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ବିଶ୍ୱାସ କରାଯାଏ ଏହି ଦିନରେ ସୁନା କିଣିବା ଦ୍ୱାରା ଘରକୁ ଆଣିଥାଏ ଐଶ୍ୱର୍ଯ୍ୟ । ଧନତେରସ ଅବସରରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ସହର ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ଏହା ସହ ନୂଆ ନୂଆ ଗହଣା ଗ୍ରାହକଙ୍କୁ ଆକର୍ଷିତ କରିବାରେ ଲାଗିଛି । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଗ୍ରାହକଙ୍କ ପାଇଁ ଅନେକ ଅଫର ରହିଛି । ଧନତେରାସ ପାଇଁ ଗହଣା ଦୋକାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ଅଫର ଦେଉଛନ୍ତି । ସେହିଭଳି ସୁନା ଓ ରୂପାରେ ତିଆରି ଦେବାଦେବୀ ବି ଗହଣା ଦେକାନରେ ମିଳୁଛି ।