(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଗତ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ନିରଞ୍ଜନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଇସ୍ତପା ଦେଇଥିଲେ । କିନ୍ତୁ ତାଙ୍କ ଇସ୍ତପା ପତ୍ର ଗ୍ରହଣ ହୋଇନଥିଲା ।
ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ସବୁ ଦଳ ଏବେ ଘର ସଜାଡ଼ିବାରେ ଲାଗିଛନ୍ତି । ବିଜେଡ଼ି ଓ ବିଜେପି ଏ ନେଇ ପ୍ରକିୟା ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ରହିଛି । ନିରଞ୍ଜନଙ୍କ ଇସ୍ତପା ପତ୍ରକୁ ଅବଶ୍ୟ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିନାହାନ୍ତି । ତେବେ ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, ଯେ କୌଣସି ସମୟରେ ନୂଆ ପିସିସି ସଭାପତି ଘୋଷଣା ହୋଇପାରେ । କଂଗ୍ରେସ ରାଜ୍ୟରେ ପୁଣି ସୃଦୃଢ ହେବ ବୋଲି ଏଆଇସିସି ସମ୍ପାଦକ ରାଉତ ଆଶା ପୋଷଣ କରିଛନ୍ତି।