(ଦୀପକ ମିଶ୍ର / ଉଦଳା)ରିପୋର୍ଟସଟୁଡେ: ଗତ ମାସ ୧୦ ତାରିଖରେ ଉଦଳା ଥାନା ଝରଣାସାହିରୁ ସଶସ୍ତ୍ର ଡାକୟତି ଘଟଣାର ପର୍ଦାଫାଶ କରିଛି ଉଦଳା ପୋଲିସ । ଏହି ଘଟଣାରେ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଉଦଳା ପୋଲିସ । ଏହି ମାମଲାରେ ଆହୁରି ତିନି ଚାରି ଜଣ ସାମିଲ ଥିବାବେଳେ ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଉଦଳା ଥାନାଧିକାରୀ ସନାତନ ସାହୁ କହିଛନ୍ତି । ସେହିପରି ହନୁମାନ ପଇସା ହିଁ ଡାକୟତିର ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି । ଅଭିଯୁକ୍ତମାନଙ୍କ ପାଖରୁ ଦୁଇଟି ଚୋରା ମୋବାଇଲ କୁରାଢ଼ୀ ଏବଂ ଗୋଟିଏ ବାଇକ ସହ ଅନ୍ୟାନ ଜିନିଷପତ୍ର ଜବତ କରିଛି ।