(ଅନୁସ୍ୱୟା)ଭୁବନେଶ୍ୱର: ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରୁ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ପ୍ରାୟ ୧୦୦ଟି ଟ୍ରେନ ବିଳମ୍ବରେ ଚାଲିଛି । ଘନ କୁହୁଡ଼ି ଯୋଗୁଁ ଟ୍ରେନର ଗତି ମନ୍ଥର ହୋଇଯାଇଛି । ଏଥିରେ ଅଧିକାଂଶ ମେଲ, ପାସେଞ୍ଜର ଓ କିଛି ସୁପରଫାଷ୍ଟ ସାମିଲ ଅଛି । ଆହ୍ଲାବାଦ-ହାଓଡ଼ା ରେଳଧାରଣାରେ ୧୨୩୧୧ କାଲକା ମେଲ ସୋମବାର ନିର୍ଦ୍ଧାରିତ ସମୟର ୧୦ ଘଣ୍ଟା ବିଳମ୍ବରେ ଚାଲିଥିଲା । ସେହିପରି ଏହି ରୁଟରେ ୧୨୧୭୫ ଚମ୍ବଲ ଏକ୍ସପ୍ରେସ ସାଢ଼େ ୪ ଘଣ୍ଟା ପରେ ଛାଡ଼ିଥିଲା ।
ରବିବାର ମଧ୍ୟ କୁହୁଡ଼ି ଯୋଗୁଁ ଅନେକଗୁଡ଼ିଏ ଟ୍ରେନ ବିଳମ୍ବରେ ଛାଡ଼ିଥିଲା । ହାଓଡ଼ାରୁ ଟ୍ରେନ ସନ୍ଧ୍ୟାରେ ଛାଡୁଥିବା ଟ୍ରେନଗୁଡ଼ିକ ନିର୍ଦ୍ଧାରିତ ସମୟର ଠାରୁ ପାଖାପାଖି ୬ ଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ହାଓଡ଼ା ଓ ଆହ୍ଲାବାଦ ମଧ୍ୟରେ କାଲକା ମେଲ ୪ ଘଣ୍ଟା ବିଳମ୍ବ ହୋଇଥିଲା ।