ପିଏସଏଲଭି-ସି ୪୫ର ସଫଳ ଉତକ୍ଷେପଣ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ଉପଗ୍ରହ ବାହକ ପୋଲାର ସାଟେଲାଇଟ ଲଞ୍ଚ ଭେଇକ୍ଳ- ସି୪୫ (ପିଏସଏଲଭି-ସି ୪୫) ଜରିଆରେ ଏମିସାଟ ସହିତ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହ ମହାକାଶକୁ ଉତ୍କ୍ଷେପଣ କରିଛି । ଏହି ଉପଗ୍ରହ ଡିଆରଡିଏ ଓ ଇସ୍ରୋର ମିଳିତ ପରୀକ୍ଷଣ । ଏହା ଦ୍ୱାରା ପାକ୍ ସୀମା ଉପରେ ଇଲୋକ୍ଟ୍ରନିକ ଓ ମାନବୀୟ ଗଚ୍ଛିବିଧି ଉପରେ ମଧ୍ୟ ଦୃଷ୍ଟି ରଖାଯାଇ ପାରିବ ।
ଆଜି ସକାଳ ୯.୩୦ରେ ଆନ୍ଧ୍ରପଦେଶର ଶ୍ରୀ ହରିକୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି-୪୫ ଉତ୍କ୍ଷେପଣ କରାଯାଇଛି । ଏହି ଉପଗ୍ରହ ଦ୍ୱାରା ପିଏସଏଲଭି ୪୫, ଏମିସାଲ ବିଦ୍ୟୁତ ଚୁମ୍ବକୀୟ ସ୍ପେସ୍କ୍ରମଟମାପିବା କାର୍ଯ୍ୟ ହେବ । ଏଥିରେ ବ୍ୟାଟେରି ବଦଳରେ ସୋଲାର ସେଲର ବ୍ୟବହାର କରାଯାଇଛି । ଏହାର ଓଜନ ୨୩୬ କିଲୋ ଓ ଏହା ଏକ ନିମ୍ନ ଭୂକକ୍ଷ ସାଟେଲାଇଟ ଅଟେ । ଲିଥୁଆନିଆ, ସ୍ପେନ, ଆମେରିକା, ସୁଇଜରଲାଣ୍ଡ ସମେତ ମୋଟ ୨୮ଟି ଦେଶର କୃତ୍ରିମ ଉପଗ୍ରହର ଗ୍ରାହକ ଅଟେ ।