ଶ୍ରୀନଗର: ପୁଣି ଜାମ୍ମୁକାଶ୍ମୀରରେ ଜଣେ ବିଜେପି ନେତା ଆତଙ୍କବାଦୀଙ୍କ ଗୁଳିର ଶିକାର । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ବିଜେପି ନେତାଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ହୋଇଥିବା ବିଜେପି ନେତାଙ୍କୁ ହସ୍ବିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କଲେ । ଜଣାପଡ଼ିଛି। ବିଜେପି ନେତା ଜାଭେଦ ଅହମଦ ଡାରଙ୍କୁ ଆତଙ୍କୀ ହତ୍ୟା କରିଛନ୍ତି। ଘଟଣା ପରେ ସୁରକ୍ଷାବଳ ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି କରିଛନ୍ତି ।
ବିଜେପିର ମିଡିଆ ସେଲ ପ୍ରଭାରୀ ମଞ୍ଜୁର ଅହମଦ ଟ୍ବିଟ୍ କରି ଲେଖିଛନ୍ତି, ବିଜେପିର କୁଲଗାମ ନିର୍ବାଚନ କ୍ଷେତ୍ରର ପ୍ରଭାରୀ ଜାଭେଦ ଅହମଦ ଡାରଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣାକୁ ନିନ୍ଦା କରୁଛି। ମିଳିଥିବା ସୂଚନା ଅନୁସାରେ, ଆଜି କୁଲଗାମ ଜିଲ୍ଲାର ବରାଜଲୁ ବଜାରରେ ଆତଙ୍କବାଦୀମାନେ ହଠାତ ଫାୟାରିଂ କରିଥିଲେ। ଏଥିରେ ଦୁଇ ଜଣ ନାଗରିକ ଗୁରୁତର ହୋଇଥିଲେ ବୋଲି ସୂଚନା ମିଳିଥିଲା ।