ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ

0

(ରଜନୀ କାନ୍ତ ପାତ୍ର)ହିଞ୍ଜିଳିକାଟୁ: ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନରେ ଜଣେ ମହିଳାଙ୍କୁ, ଗ୍ରାମର ଜଣେ ଯୁବକ ଶାବଳରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ସଂପୃକ୍ତ ଗ୍ରାମର ସୁକାନ୍ତି ଭଉଳ ।ଏ ନେଇ ମହିଳାଙ୍କ ସ୍ୱାମୀ ସୁଶାନ୍ତ ଭଉଳ ଶୁକ୍ରବାର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତିରେ ପୋଲିସ ନଂ- ୬୪/୨୦ରେ ଏକ ମାମଲା ରୁଜୁ କରି ଆକ୍ରମଣ କରିଥିବା ଯୁବକ ତପନ ଭଉଳଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।ପ୍ରକାଶ ଯେ, ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମର ତପନ ଓ ସୁଶାନ୍ତଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ଶତୃତା ଲାଗି ରହିଥିଲା। ଗୁରୁବାର ଅପରାହ୍ନରେ ସୁଶାନ୍ତଙ୍କ ସ୍ତ୍ରୀ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ଯୁବକ ଜଣକ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ଲୁହା ଶାବଳରେ ମହିଳାଙ୍କୁ ଆକ୍ରମଣ କରିଥିଲା ।ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ସାହି ପଡ଼ୋଶୀ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ଶୁକ୍ରବାର ସକାଳେ ମହିଳାଙ୍କ ସ୍ୱାମୀ ଏ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ।