( ଟୁକୁନା ଖରା ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ନୋଡାଲ ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟଠାରେ କେନ୍ଦ୍ର ସରକାରଙ୍କ ପୋଲିସ ଶିକ୍ଷାର୍ଥୀ ବାହିନୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି।କେନ୍ଦ୍ର ସରକାରଙ୍କ ଯୋଜନା କ୍ରମେ ଓଡ଼ିଶା ପୋଲିସ ଆରକ୍ଷୀ ମହାନିର୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦ୍ଦେଶ ଦ୍ଵାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଗୋଟିଏ ବିଦ୍ୟାଳୟରେ ପୋଲିସ ଶିକ୍ଷାର୍ଥୀ ବାହିନୀ କାର୍ୟ୍ୟକ୍ରମ ଉଦଘାଟିତ କରାଯାଉଥିବା ବେଳେ ସେହିପରି ନବରଙ୍ଗପୁର ଜିଲ୍ଲା ପାଇଁ ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟର ୩୨ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ ଶିକ୍ଷାର୍ଥୀ ବାହିନୀରେ ସାମିଲ କରାଯାଇଛି।ଏହି ଉଦଘାଟନି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସାନ୍ତୁନୁ କୁମାର ମହାନ୍ତି ଯୋଗ ଦେଇ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ ପୋଲିସ ହୋଇ ଦେଶ ଓ ସମାଜ ପାଇଁ କିଛି କରିବା ସହ ନିଜର ସୁରକ୍ଷା କିପରି କରିପାରିବେ ଓ ଶୃଙ୍ଖଳିତ ଜୀବନ ଯାପନ କଟାଇବା ସହ ପୋଲିସର କାର୍ୟ୍ୟ ଗୁଡିକ ଆଧାର କରି ତାର ଆଦର୍ଶ କିପରି ହୋଇପାରିବେ ସେ ବିଷୟରେ ପୋଲିସ ଶିକ୍ଷାର୍ଥୀ ବାହିନୀ ରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏଏସପି କହିଥିଲେ।ଏହି ଉଦଘାଟନି କାର୍ୟ୍ୟକ୍ରମ ଅବସରରେ ସମ୍ମାନିତ ଅତିଥି ଭାବେ ଏସଡିପିଓ ବିଜୟ କୁମାର ନାୟକ, ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର,ଆଇଆଇସି ତାରିକ ଅହମ୍ମଦ, ସିଆଇ ପ୍ରଶାନ୍ତ ସେଠୀ,ବ୍ଲକ ଅଧକ୍ଷା ଦେବକୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।