ପ୍ରଦୂଷିତ ଜଳରୁ ହେବ ବିଜୁଳି

0

(ରିପୋର୍ଟସଟୁଡେ)ଭୁବନେଶ୍ୱର: ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବା ହେତୁ ଜଳ, ବାୟୁ ସବୁ ପ୍ରଦୂଷିତ ହେଉଛି।ଏଥିପାଇଁ ସରକାର ମଧ୍ୟ ଚିନ୍ତିତ। ପ୍ରଦୂଷଣ ଏବେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ପ୍ରଦୂଷିତ ଜଳରୁ ବିଜୁଳି ଉତ୍ପାଦିତ ହୋଇପାରିବ। ରାୟପୁରସ୍ଥ ଏକ ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ବିଭାଗର ଗବେଷକମାନେ ଏନେଇ ରିସର୍ଚ୍ଚକୁ ତ୍ୱରାନ୍ୱିତ କରୁଛନ୍ତି। ସୂଚନା ଅନୁସାରେ, ଗତବର୍ଷ ହିଁ ମଇଳା ଜଳରୁ ବିଜୁଳି ଉତ୍ପାଦନ କରିବାର ସଫଳତା ହାସଲ କରିଛନ୍ତି ଏହି ଗବେଷକମାନେ। ଅପରିଷ୍କାର ପାଣିରେ ରହୁଥିବା ଇଲେକ୍ର୍ଟ୍ରୋ ବ୍ୟାକ୍ଟେରିଆକୁ ଖୋଜି ଜୈବିକ ପ୍ରଣାଳୀରେ ବିଜୁଳିଉତ୍ପାଦନ ହୋଇପାରୁଛି।ଏପରି ହେବା ଦ୍ୱାରା କମ ଖର୍ଚ୍ଚରେ ମାସମାସ ପର୍ୟ୍ୟନ୍ତ ବିଜୁଳି ଉତ୍ପାଦନ ହୋଇପାରିବ ବୋଲି ଗବେଷକମାନେ ମତଦେଉଛନ୍ତି।କେବଳ ମଇଳାପାଣିରୁ ନୁହେଁ ଚାଉଳ ସିଝିବାପରେ ସେଥିରୁ ବାହାରୁ ଥିବା ତୋରାଣୀରୁ ମଧ୍ୟ ଜୈବିକ ଉପାୟରେ ବିଜୁଳି ଉତ୍ପନ୍ନ କରିବା ପାଇଁ ଗବେଷଣା କରାଯାଉଛି। ସୂଚନାଯୋଗ୍ୟ ବିଭାଗରେ ଗବେଷଣା କରୁଥିବା ପ୍ରଫେସର କହିଛନ୍ତି ମଇଳା ପାଣିରୁ ଉତ୍ପର୍ଣ୍ଣ ହେଉଥିବା ବିଜୁଳିରୁ ଚାରି ଭୋଲ୍ଟର ଏଲଇଡ଼ିବଲ୍ୱ, ୟୁଏସବି ଫ୍ୟାନ୍ ଓ ସାଧାରଣ ମୋବାଇଲ ଚାର୍ଜ କରିହେବ।ତେବେ ଗବେଷକମାନେ ଏହାର କ୍ଷମତା ବଢ଼ାଇବା ଉପରେ କାମ କରୁଛନ୍ତି ।