(ଜ୍ୟୋତିରଞ୍ଜନ ଧଳ)କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକ ବିଜିଗୋଳ ପଂଚାୟତ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଅପରାହ୍ନରେ ଅନୁଗୋଳରେ ପୃଷ୍ଟି ଅଧିକାର ଅଭିଯାନ କର୍ମଶାଳା ଆୟୋଜିତ ହୋଇଯାଇଛି । ଗ୍ରାମାଚଂଳରେ କମୋଳମତି ଶିଶୁ ମାନଙ୍କ ପ୍ରତି ଘଟୁଥିବା ପୃଷ୍ଟି ହିନତା ରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏଥିରେ ରୋକ ଲଗାଇବା ପାଇଁ ପ୍ରୟାସ କରିଛନ୍ତି । ଏନେଇ ଦିଲ୍ଲୀ ସ୍ଥିତ ଏକ ଏନଜିଓ କୁ ଅନୁଗୋଳ ଜିଲ୍ଲାର ଦାୟିତ୍ୱ ମିଳିଛିା କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ରୂପେ ଢେଙ୍କାନାଳ ସାଂସଦ ମହେଶ ସାହୁ ସାମିଲ ହୋଇ ଅପପୃଷ୍ଟି ରୋକିବା ସମ୍ପର୍କରେ ଏବଂ ଏହି ଅଭିଯାନର ଲକ୍ଷ,ଉଦ୍ଦେଶ୍ୟ ସାଧିତ ନିମନ୍ତେ ଗ୍ରାମାଂଚଳର ଗଳିକନ୍ଦିରେ ସଚେତନତାକୁ ବ୍ୟାପକ କରିବା ନେଇ ଏନଜିଓ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲୋ ସେହିପରି ସମ୍ମାନିତ ଅତିଥି ଭାବରେ ହିନ୍ଦୋଳ ପଂଚାୟତ ସମିତି ଅଧକ୍ଷ ପ୍ରିୟରଂଜନ ମାହୁଁନ୍ତ, ବିଜିଗୋଳ ସରପଂଚ ଦୁଶାସନ ସାହୁ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପ୍ରଧାନ, ପୁରୀ ଶଙ୍କରାଚାର୍ଯ୍ୟ ଆଶ୍ରମ ରାଷ୍ଟ୍ରସୂଚନା ସଦସ୍ୟ ମାତୃ ପ୍ରସାଦ ନନ୍ଦ ପ୍ରମୁଖ ମଂଚାସୀନ ହୋଇଥିଲେ । ଅନୁଗୋଳ ପୃଷ୍ଟି ଡିଜାଇନର ମୂଖ୍ୟ ପ୍ରତ୍ୟୁଷା ପଣ୍ଡା,ସଦସ୍ୟ ସନ୍ତୋଷ ଦେବତା ଏବଂ ମିହିର ଜେନା ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ଶିଶୁମାନେ ଅପପୃଷ୍ଟିରେ ଶିକାର ହୋଇ ବିକଳାଙ୍ଗ ଓ ମୃତ ବରଣ କରିବା ର ନଜୀର ଅଛି । ଏଣୁ ମାଆ ମାନଙ୍କର ସ୍ତନରୁ ଶିଶୁ ମାନଙ୍କୁ କ୍ଷୀର ପାନ କରାଇବା ଜରୁରୀ । ଏଣୁ ମା’ ମାନଙ୍କର ସଚେତନତା ଅଭାବରୁ ଏଭିଳି ସ୍ଥିତି ହୋଇଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟା ସମେତ ଶତାଧିକ ମହିଳା ସାମିଲ ଥିଲେ । ବ୍ଲକ ମିଡିଆ ସଂଯୋଜକ ନିର୍ମଳ ସାହୁ, ଜିଲ୍ଲା ଯାଦବ ସଂଘ ଉପସଭାପତି ସୁନିଲ କୁମାର ପ୍ରଧାନ, ମାନସ ପ୍ରଧାନ, ଟିକନ ସାହୁ, ଅଜିତ କୁମାର ପାଣି,ଝିଲି ସାହୁ, ମିନା ପ୍ରଧାନ, ଚତୁରୀ ସାହୁ , କୁନି ସାହୁ, ରସ୍ମିତା ସାମଲ, ପିଙ୍କି ପ୍ରଧାନ ସମେତ ବହୁ ମହିଳା/ ପୁରୁଷ ସାମିଲ ଥିଲେ ।