ସୁନ୍ଦର ତ୍ୱଚା ଚାହୁଁଛନ୍ତି କି ! ବିଅର ପିଅନ୍ତୁ

0

(ଅନୁସ୍ୱୟା)ଭୁବନେଶ୍ୱର: ସୁନ୍ଦର ତ୍ୱଚା ପାଇଁ ଝିଅ ମାନେ ଅନେକ ଉପାୟ ଅବଲମ୍ବନ କରିଥାଆନ୍ତି । କିଏ ପାଲର ଯାଇ ତ୍ୱଚାର ସୌନ୍ଦର୍ୟ୍ୟ ବୃଦ୍ଧି କରିଥାଆନ୍ତି ତ କିଏ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପ୍ରସାଦନ ସାମଗ୍ରୀ ବ୍ୟବହାର କରିଥାଆନ୍ତି । ଏବେ କିନ୍ତୁ ବିଅର ମାଧ୍ୟମରେ ତ୍ୱଚାର ସୌନ୍ଦର୍ୟ୍ୟ ବୃଦ୍ଧି କରିପାରିବା । ଏବେ ଆମ ମନରେ ପ୍ରଶ୍ନ ରହିଛି ବିଅର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କିମ୍ବା ଭଲ ନୁହେଁ । କିନ୍ତୁ ଏହାର ଅତ୍ୟଧିକ ମାତ୍ରା ପିଇବା ସବୁବେଳେ ଶରୀର ପାଇଁ ହାନିକାରକ ହୋଇଥାଏ। ବିଅର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଚେହେରା ପାଇଁ ମଧ୍ୟ ବେଶ୍ ଲାଭକାରୀ। କିନ୍ତୁ ଅନେକ ବିୟୁଟି ଏକ୍ସପର୍ଟ ବିଅର ପିଇବା ଯୋଗୁଁ ତ୍ୱଚାରେ ସୁନ୍ଦରତା ବଢିଥାଏ ବୋଲି ମତ ରଖିଛନ୍ତି।
– ଅଳ୍ପ ବିଅରରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ପରେ ଶୁଖିଗଲେ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏପରି କଲେ ତ୍ୱଚାର ରଙ୍ଗ ଉଜ୍ୱଳ ହେବା ସହ ଡାର୍କ ସର୍କଲ ଦୂର ହୋଇଥାଏ।
– ଅଧା ଚାମଚ ଦହି, ୨ ଚାମଚ ବିଅର, ଜେତୁନ ତେଲ ଏବଂ ବାଦାମ ପେଷ୍ଟ ମିଶାଇ ମୁହଁରେ ମସାଜ କରନ୍ତୁ। ୫ ମିନିଟ ମସାଜ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାରେ ଉଜ୍ୱଳତା ବଢିବା ସହିତ ଚମକ ବଢିଥାଏ।
– ଅଣ୍ଡାର ଧଳା ଅଂଶ ସହିତ ଅଧ ଚାମଚ ବିଅର ମିଶାଇ ମୁହଁରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତି। ଏପରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ। ଏପରି କଲେ ମଧ୍ୟ ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଇବ।
– ତ୍ୱଚାରେ ଥିବା ଛିଦ୍ରରୁ ମଇଳା ସଫା କରିବାରେ ବିଅର ସାହାଯ୍ୟ କରିଥାଏ। ବିଅରରେ ଥିବା ଇଷ୍ଟ ବ୍ରଣ ଏବଂ ମୁହଁର ଅନ୍ୟ ସମସ୍ୟା ଦୂର କରିଥାଏ।
-ଏହାଛଡା ବିଅର ଲଗାଇବା ଦ୍ୱାରା ସ୍କିନର ପିଏଚ ଲେବଲ ବାଲାନ୍ସ ରହିଥାଏ। ଫଳରେ ସଂକ୍ରମଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।