୫ଟି ଉପରେ ଗୁରୁତ୍ୱ ଦେଇ ପ୍ରତି ୱାର୍ଡ଼ରେ ରହିବେ ଜଣେ ଜଣେ ୱାର୍ଡ଼ ଅଫିସର

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ଉପରେ ଗୁରୁତ୍ୱ ଦେଲେ ନଗର ଉନ୍ନୟନ ବିଭାଗ – ପ୍ରତି ୱାର୍ଡରେ ରହିବେ ‘ୱାର୍ଡ ଅଫିସର’ । ୱାର୍ଡର ବିଭିନ୍ନ ସମସ୍ୟା ବୁଝିବେ ୱାର୍ଡ ଅଫିସର । ସେପ୍ଟେମ୍ବର ୧ରୁ ଏହି ଓ୍ୱାର୍ଡ ଅଫିସର ବ୍ୟବସ୍ଥା କାର୍ୟ୍ୟକାରୀ କରିବା ନେଇ ନଗର ଉନ୍ନୟନ ବିଭାଗର ସଚିବ ସବୁ ମହାନଗର ନିଗମର କମିଶନର ଓ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ସହ ଲୋକଙ୍କ ଅଭିଯୋଗକୁ ବି ଶୁଣିବେ ଓ୍ୱାର୍ଡ ଅଫିସର। ପ୍ରତି ଓ୍ୱାର୍ଡରେ ସକାଳ ୧୦ ଟାରୁ ୧୨ ଟା ଯାଏଁ ଖୋଲିବ ଓ୍ୱାର୍ଡ ଅଫିସ୍ । ପ୍ରତି ଓ୍ୱାର୍ଡରେ ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି, ଷ୍ଟ୍ରିଟ୍ ଲାଇଟ ପରି କିଛି ଅତ୍ୟାବଶ୍ୟକ ସେବା ପାଇଁ କିଛି ଅଧିକାରୀଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ବି ଗଠନ ହେବ।ରାଜ୍ୟ ସରକାର ୫ଟି ର କାର୍ୟ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଣୁ ନଗର ଉନ୍ନୟନ ବିଭାଗ ୫ଟି କାର୍ୟ୍ୟକାରୀ କରିବା ପାଇଁ ୱାର୍ଡ ଅଫିସର ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।