୩ ଶିଶୁ ଶ୍ରମିକ ଉଦ୍ଧାର

0

ମଞ୍ଚେଶ୍ୱର୍ ଓ ଶହୀଦ ନଗର ଅଞ୍ଚଳରୁ ତିନି ଶିଶୁ ଶ୍ରମିକ ଉଦ୍ଧାର। ଆଜି ଅପରାହ୍ନରେ ରୁଚିକା ସମାଜ ମଙ୍ଗଳ ସଂଗଠନର ଏକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀ ଓ ଚାଇଲ୍ଡ ହେଲ୍ପ ଲାଇନ ତଥା କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ତିନି ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ଵର୍ ଅଂଚଳରେ ଏକ ଗ୍ୟାରେଜରେ କାମ କରୁଥିବା ଜଣେ ୧୬ ବର୍ଷ ବୟସର ନା ବାଳକ ଉଦ୍ଧାର ହୋଇ ହୋଇଥିବା ବେଳେ ସହିଦ ନଗର ଅଞ୍ଚଳରେ ସୋନାଲି ମିଷ୍ଟାନ୍ନ ଭଣ୍ଡାରରେ କାର୍ଯ୍ୟ ରତ ୧୫ ଓ କ୧୬ ବର୍ଷ ବୟସର ଦୁଇଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ୱରରେ କାର୍ଯ କରୁଥିବା ଶିଶୁଟି ମୟୂରଭଞ୍ଜ  ଅଞ୍ଚଳର ହୋଇଥିବା ବେଳେ ସହିଦ ନଗରରେ କାର୍ଯ୍ୟରତ ଶିଶୁମାନେ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି।

ଶିଶୁ ମାନଙ୍କୁ ଅନ୍ୟ ଜିଲ୍ଲାରୁ ଆଣି ଭୁବନେଶ୍ୱରରେ ନିଯୁକ୍ତି ଦେବା ଏକ ଧର୍ତବ୍ୟ ଅପରାଧ ହୋଇଥିବାରୁ ଆସନ୍ତା କଲି ରୁଚିକା ପକ୍ଷରୁ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନାରେ ପୃଥକ୍ ପୃଥକ୍ ଭାବେ ଏତଲା ଦିଆଯିବ ବୋଲି ରୁଚିକାର ମୁଖ୍ୟ କାର୍ଯ ନିର୍ବାହୀ  ଅଧିକାରୀ ଡ. ବେଣୁଧର ସେନାପତି କହିଛନ୍ତି।