ଇସ୍ରାଏଲ ତିଆର କଲା ସୈନିକଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ କରୁଥିବା ନେଟ
ସାରା ବିଶ୍ବରେ ବିପଦଜନକ ମିଶନ୍ ପୁରା କରିବା ପାଇଁ ପ୍ରତ୍ୟେକ ଦେଶ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିଥାନ୍ତି। ଶତ୍ରୁପକ୍ଷକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି।
(ଦିଲ୍ଲୀ) : ସାରା ବିଶ୍ବରେ ବିପଦଜନକ ମିଶନ୍ ପୁରା କରିବା ପାଇଁ ପ୍ରତ୍ୟେକ ଦେଶ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିଥାନ୍ତି। ଶତ୍ରୁପକ୍ଷକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଇସ୍ରାଏଲ ଏଭଳି ଏକ ନେଟ୍ ନେଇକି ଆସିଛି, ଯାହାକି ସେଠାର ସୈନିକଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ କରିପାରିବ। ଇସ୍ରାଏଲର ପୋଲାରିସ୍ ସଲ୍ୟୁସନ୍ କମ୍ପାନୀ ଏଭଳି ପ୍ରଡକ୍ଟର ନିର୍ମାଣ କରୁଛି, ଯାହାକି ଯୁଦ୍ଧ ବେଳେ ଜୀବନ ବଞ୍ଚାଇବା ପାଇଁ କାମରେ ଆସିଥାଏ। ଏହି କମ୍ପାନୀ ଇସ୍ରାଏଲ ମିନିଷ୍ଟ୍ରି ଅଫ୍ ଡିଫେନ୍ସ ସହିତ ମିଶି କିଟ୍ ୩୦୦ ସିଟ୍ ନାମରେ ଏହି ପ୍ରଡକ୍ଟ ପ୍ରସ୍ତୁତ କରିଛି।
ସୂଚନାନୁଯାୟୀ , ଏହା ଏକ ଥର୍ମାଲ ଭିଜୁଆଲ କନସଲମେଣ୍ଟ(ଟିଭିସି)ରେ ପ୍ରସ୍ତୁତ ପଦାର୍ଥ, ଯେଉଁଥିରେ ମାଇକ୍ରୋଫାଇବର୍ସ, ମେଟାଲ ଓ ପଲିମରର ବ୍ୟବହାର କରାଯାଇଥାଏ। ଏହି ପ୍ରଡକ୍ଟର ବ୍ୟବହାର କରୁଥିବା ମଣିଷର ଆଖିକୁ ନୁହେଁ ବଂର ଥର୍ମାଲ କ୍ୟାମେରାରେ କାହାକୁ ଦେଖିବାକୁ ମଧ୍ୟ କଷ୍ଟକର ହୋଇଯିବ। ଏହି ସିଟ୍ର ଓଜର ୫୦୦ ଗ୍ରାମ୍ ଓ କମ୍ ଓଜନ ହେବା କାରଣରୁ ସୈନିକମାନେ ସହଜରେ ଏହାର ବ୍ୟବହାର କରିପାରିବେ ଓ ବିପଦଜନ ଅଞ୍ଚଳରେ ଟ୍ରେକିଂ ସମୟରେ ନେବା ଆଣିବା କରିପାରିବେ। ସୈନିକମାନେ ଏହାକୁ ନିଜ ଶରୀରରେ ମଧ୍ୟ ପିନ୍ଧିପାରିବେ, ଯାହାଫଳରେ ଲାଗିବ କେହି ମଣିଷ ନାହିଁ ବଂର ଏକ ପଥର।