ପୋଲିସ ପଞ୍ଝାରେ ୩ ଲୁଟେରା

0

ଭଦ୍ରକ– ସାରା ଦେଶ ବର୍ତ୍ତମାନ କରୋନା ସଂକ୍ରମଣ ପାଇଁ ଲକଡାଉନ ଓ ସଟଡାଉନ ଜାରିରହିଛି ।ଏହାରି ଭିତରେ ସୁଯୋଗ ନେଇ ଲୁଟେରାମାନେ ଅଭିନବ ଉପାୟରେ ଲୁଟ କରୁଛନ୍ତି । ଗଞ୍ଜେଇ ,ମଦ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ କାରବାରକୁ ସାଙ୍ଗକୁ ପ୍ରତିଦିନ ଚୋରି ଘଟଣା ବଢିବାରେ ଲାଗିଛି ।ସୂଚନା ଅନୁଯାୟୀ , ଧାମନଗର ଛକ ଜାତୀୟ ରାଜପଥ ନିକଟରେ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଜ ବେଳେ ୧୫ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଟାୱାରରେ ବ୍ୟବହାର ହେଉଥିବା ମୂଲ୍ୟବାନ ସାମଗ୍ରୀ ଜବତ କରିଛି ଧାମନଗର ପୋଲିସ । ଏହା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ।ଲୁଟେରାମାନେ ଧାମନଗର ଅଞ୍ଚଳର ବୋଲି ଜଣାପଡିଛି ।