ସମ୍ବଲପୁର: ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲିଲା । ଏବେ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ୨ଟି ଗେଟ୍ ଖୋଲା ଯାଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳେ ୮ଟି ଗେଟ୍ ଖୋଲାଯାଇଥିଲା । ଏବେ ଆଉ ୪ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ମୋଟ ୧୪ଟି ଗେଟ ଦେଇ ହିରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି । ରାଜ୍ୟରେ ଲଘୁଚାପ ସକ୍ରିୟ ରହିଥିବା ଫଳରେ ଲଗାରଣ ବର୍ଷା ଯାରି ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ହେବାରୁ ଗେଟ୍ ଗୁଡିକ ଖୋଲା ହୋଇଥିବା କୁହାଯାଉଛି ।