ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୧୦ ବର୍ଷ ମଧ୍ୟରେ ୪୦୩ ଜଣ ପ୍ରାଣ ହରାଇଛନ୍ତି

0

ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି । ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲା ରୁ ୩୫ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ଓଡିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତିଙ୍କ ଅଧ୍ୟକ୍ଷତାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ମହିଳା ଏବଂ ଶିଶୁ ବିକାଶ, ମିଶାଣ ଶକ୍ତି, ପର୍ୟ୍ୟଟନ, ମାନ୍ୟବର ମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଅକ୍ଟୋବର-୨୦୨୪ ରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଯାହାକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ୟ୍ୟ କରୁଅଛି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ରେ ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଙ୍କ ଉତ୍ତର ।