ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୮୩୩ ନୂଆ ସଂକ୍ରମିତ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ବୋଲି ଆକଳନ କରାଯାଉଛି ।

0

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ବୋଲି ଆକଳନ କରାଯାଉଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ଏବେ ୯୦ ହଜାର ପାଖରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୮୩୩ ନୂଆ ସଂକ୍ରମିତ ବାହାରିଛନ୍ତି । ଏଥିରେ ୧୮ ବର୍ଷରୁ କମ୍‌ ୯୭୨ ଜଣ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୯୭୦୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୯୦୩୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ :-