ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୩.୬କୁ ହ୍ରାସ

ରାଜ୍ୟର ଅନୁଗୁଳ ସହରରେ ଆଜି ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ପ୍ରବଳ କୁହୁଡ଼ି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

0

(ଅନୁଗୁଳ) : ରାଜ୍ୟର ଅନୁଗୁଳ ସହରରେ ଆଜି ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ପ୍ରବଳ କୁହୁଡ଼ି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଦ୍ରତା ମଧ୍ୟ ୯୬ ପ୍ରତିଶତ ରହିଥିଲା। ସେହିପରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩.୬କୁ ଖସି ଆସିଥିଲା। ସକାଳେ ସତେ ଯେପରି ଶିଶିର ବର୍ଷା ହେଲା ଭଳି ଅନୁମେୟ ହେଥିଲା।

ସୂଚନାନୁଯାୟୀ , ଘାସ ଉପରେ ଶିଶିର ବିନ୍ଦୁ ସବୁ ପଡିଥିବା ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୯ ଟା ପର୍ଯ୍ୟନ୍ତ ଏପରି ରହିଥିଲା। ତେବେ ଘନ କୁହୁଡ଼ି ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲୋକେ ମର୍ଣ୍ଣିଂ ୱାକ୍ ବେଳେ ଅସୁବିଧାର ସାମ୍ନୁଖୀନ ହୋଇଥିଲେ ।