ଯୌତୁକ ଦାବିରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା , ସୁନା, ଜମି , ବିଏମଡବ୍ଲ୍ୟୁ କାର ଦାବି କରିଥିଲେ ପୁଅ ଘର ଲୋକ

0

ଥିରୁବନନ୍ତପୁର : ଯାହା ପାଖରେ ଯେତେ ଟଙ୍କା ଥାଏ ସେ ସେତେ ଲୋଭି ହୋଇଥାଏ ।  ଯାହାର ଉଦାହରଣ ଦେଥିବାକୁ ମିଳିଛି ଥିରୁବନନ୍ତପୁରରେ । ସୁହାନା ନାମକ ଜଣେ ଡାକ୍ତର ଅନ୍ୟ ଜଣେ ଡାକ୍ତରକୁ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ନଷ୍ପତ୍ତି ନେଇଥିଲେ । କିନ୍ତୁ ପୁଅ ଘର ଲୋକ ଯୌତୁକ ଆକାରରେ ୧୫୦ ଭରି ସୁନା ଅର୍ଥାତ ଦେଢ କିଲୋ ସୁନା ,ଏକ ବିଏମଡବ୍ଲୁ  କାର ଏବଂ  ୧୫ ଏକର ଜମି ସହ ୫୦ଲକ୍ଷ ଟଙ୍କା ଜମି ଦେବାକୁ କହିଥିଲେ । କିନ୍ତୁ  ଝିଅ  ଘର ଲୋକ ୫୦ ଭରି ସୁନା , ବିଏମଡବ୍ଲ୍ୟୁ କାର ସହ ୫୦ ଲକ୍ଷ ଟଙ୍କାର ଜମି ଦେବାକୁ ରାଜିଥିଲେ ।  କିନ୍ତୁ  ପୁଅ ଘର ଲୋକ ଏଥିରେ ସନ୍ତୁଷ୍ଟ ନଥିଲେ । ତେଣୁ ସେମାନେ ବିବାହ ଭାଙ୍ଗି ଦେଇଥିଲେ । ବିବାହ ଭାଙ୍ଗିଯିବା ପରେ ୨୬ ବର୍ଷିୟ ମହିଳା ଡାକ୍ତର ଡିପ୍ରେସନକୁ ଚାଲିଯାଇଥିଲେ । ଆଉ ଶେଷରେ ଆନେସ୍ଥେଟିକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି । ସୁହାନା  ସର୍ଜରୀ ବିଭାଗରେ ପିଜି ପାଠ ପଢୁଥିଲେ । ତାଙ୍କର ମୃତ୍ୟୁ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।