ବ୍ୟୁରୋ: ଲମ୍ବା କେଶ ରଖି ଗିନିଜ ୱାଲ୍ଡ ରେକର୍ଡ ସୃଷ୍ଟି କଲେ ୧୫ ବର୍ଷର ବାଳକ । ଏପରି ଗିନିଜ ୱାଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର ସିଦ୍ଧକଦୀପ ସିଂ ଚହଲ । ତାଙ୍କ ଲାମ୍ବା କେଶର ରହସ୍ୟ ବିଷୟରେ ସେ କହିଛନ୍ତି “ସେ ଶିଖ ଧର୍ମକୁ ଅନୁସରଣ କରନ୍ତି । ଏବଂ ଶିଖ୍ ଧର୍ମରେ ତାଙ୍କୁ କେଶ କାଟିବାକୁ ବାରଣ କରାଯାଇଛି । ଯେଉଁଥିପାଇଁ ତାଙ୍କ କେଶ ଲମ୍ବା ହୋଇପାରିଛି । ଏବଂ ସେ ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇ ପାରିଛନ୍ତି ।’ ସେ ପିଲାବେଳେ ତାଙ୍କକେଶର ଯତ୍ନ ନେଇ ଆସୁଥିବାବେଳେ ତାଙ୍କ କେଶର ଲମ୍ବ ହେଉଛି ୧୪୬ ସେମି ।