ଦନ୍ତା ଆକ୍ରମଣରେ ଜଣଙ୍କର ଜୀବନ ହାନୀ

0

ବ୍ୟୁରୋ : ଥମିବାର ନାଁ ନେଉନି ହାତୀ ଆତଙ୍କ । ଅନେକ ସମୟରେ ଆସୁଛି ହାତୀ ଆକ୍ରମଣର ଘଟଣା । ଏପରି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏପରି ଘଟଣା ଘଟିିଛି ଅନୁଗୁଳ ଜିଲ୍ଳାରେ । ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ ବୋଲି ଜଣାପଡିଛି । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ପ୍ରଫୁଲ୍ଲ । ଆଉ ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ବଅଁରପାଳ ବ୍ଲକ ନରେନ୍ଦ୍ରପୁର ମହାପାତ୍ର ସାହିରେ ଗୋଟିକିଆ ଦନ୍ତା ପଶି ଆତଙ୍କ ଖେଳାଇଛି । ହାତୀ ଭୟରେ ଲୋକେ ଘର ଛାଡି ଛାତ ଉପରେ ଆଶ୍ରୟ ନେଇଛନ୍ତି ।