ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପୁରୀରେ ଭୁଷୁଡିଲା ବହୁ ପୁରାତନ ଇନ୍ଦ୍ରଦ୍ୟୁମ୍ନ ପାଚେରୀ । ଏହାସହ ଦବିଲା ରାସ୍ତା । ଫଳରେ ଏବେ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ବହୁ ହଇରାଣ ହେଉଛନ୍ତି । ପୋଖରୀ ଉପର ପାଖରେ ଘରକରି ରହୁଥିବା ଲୋକମାନେ ଏବେ ହଇରାଣ ହେବାର ଆଶଙ୍କା ଦେଖା ଦେଇଛି । ବିସେ, କରି ଟିକରପଡା ଓ ନୂଆସାହି ବାସିନ୍ଦାଙ୍କ ଉପରେ ବିପଦ ଥିବା ଜଣାପଡିଛି । ପୁରୀର ଉନ୍ନତି ପାଇଁ ବହୁ କାର୍ଯ୍ୟ କରାଯାଉଥିବା ବେଳେ ପୁଷ୍କରଣୀର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ଦେଖା ଦେଇଛି । କିଛି ଦିନ ତଳେ ଇନ୍ଦ୍ରଦ୍ୟୁମ୍ନ ପୋଖରୀର ଉପର ଭାଗ ଭାଙ୍ଗି ଥିବା ବେଳେ ତାହାକୁ ନୂତନ ଭାବେ ତିଆରି କରାଯାଇଥିଲା । ପରେ ପୁଣି ଏହା ଭୁଷୁଡିବାରୁ କାମ ନିମ୍ନ ମାନର ହୋଇଥିବା ସାଧାରଣରେ ଅଭିଯୋଗ କରାଯାଉଛି । ବର୍ତ୍ତମାନ ସମୟରେ ପିତୃପକ୍ଷ ଚାଲିଥିବା ବେଳେ ବହୁ ଏଠି ପିଣ୍ଡ ଦାନ କରିବାକୁ ଆସନ୍ନ୍ି । ତେଣୁ ଏହାର ସୁରକ୍ଷା ପ୍ରଦାନ କରିବା ନିହାତି ଦରକାର ବୋଲି ଲୋକମାନେ ଦାବି କରିଛନ୍ତି ।