ମରିଶସ୍ ଦ୍ବୀପ ଉପରେ ତିଆରି ହେଉଛି ଭାରତର ଗୁପ୍ତ ସେନା ଆଡ୍ଡା
ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି। ଏହି ସେନା ଆଡ୍ଡାର ବ୍ୟବହାର ଭାରତ ସମୁଦ୍ରରେ ବଢୁଥିବା ନିଜର ଶକ୍ତି ଓ ପ୍ରାଧାନ୍ୟ ବଢାଇବା ପାଇଁ କରିବ।
(ଦିଲ୍ଲୀ) : ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି। ଏହି ସେନା ଆଡ୍ଡାର ବ୍ୟବହାର ଭାରତ ସମୁଦ୍ରରେ ବଢୁଥିବା ନିଜର ଶକ୍ତି ଓ ପ୍ରାଧାନ୍ୟ ବଢାଇବା ପାଇଁ କରିବ।ଅଲ୍ ଜଜିରା ପକ୍ଷରୁ ଦାବି କରାଯାଇଛି ଯେ, ଭାରତ ମରିଶନ୍ରୁ ୧୧୦୦ କିଲେମିଟର ଦୂରରେ ଅଗାଲୋଗା ଦ୍ବୀପରେ ନିଜର ନୌସେନା ଆଡ୍ଡା ତିଆରି କରୁଛି।
ଏହି ସଂସ୍ଥା ସାଟେଲାଇଟ୍ ଇମେଜ୍, ଘଟଣାସ୍ଥଳରେ ଚାଲିଥିବା ନିର୍ମାଣ ଗତିବିଧିର ଆଧାର ଉପରେ ଦାବି କରିଛି ଯେ, ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରିକି ଅନ୍ତର୍ଜାତୀୟ ସ୍ତରର ଏୟାରଷ୍ଟ୍ରିପ୍ ତିଆରି କରିଛି, ଯାହାଫଳରେ କୌଣସି ଜାହାଜ ସହଜରେ ଓହ୍ଲାଇ ପାରିବ। ଅଗାଲେଗା ଭାରତ ମହାସାଗରରେ ଥିବା ମରିଶସ୍ର ନିୟନ୍ତ୍ରଣରେ ଥିବା ଏକ ଛୋଟ ଦ୍ବୀପ। ଅଗାଲେଗା ମୁଖ୍ୟ ମରିଶସ୍ ଦ୍ବୀପଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ଉତ୍ତରରେ ରହିଛି। ଏହା ୧୨ କିଲୋମିଟର ଲମ୍ବା ଓ ପ୍ରାୟ ୧.୫ କିଲୋମିଟର ଚଉଡା। ସେଠାର ଜନସଂଖ୍ୟା ବହୁତ କମ୍। ଏକ ଅନୁମାନ ଅନୁସାରେ, ସେଠାରେ ମାତ୍ର ୩୦୦-୩୫୦ ଲୋକ ରୁହନ୍ତି।
ସବୁଠାରୁ ବଡ କଥା ଏହା ଯେ, ଅଗାଲେଗା ଦ୍ବୀପ ଯେଉଁଠାରେ ରହିଛି ସେହି କ୍ଷେତ୍ରରେ ଆମେରିକା ସେନା ଆଡ୍ଡା ଡିଏଗୋ ଗାର୍ସିୟା, ଚୀନର ସେନା ଆଡ୍ଡା ଜିବୁତି, ଫ୍ରାନ୍ସର ମିଲିଟାରୀ ବେସ୍ ରିୟୁନିୟୋରେ ରହିଛି। ଏହି ସମସ୍ତ ସେନା ଆଡ୍ଡ ସମୁଦ୍ର ଭିତରେ ରହିଛି। କ୍ଷେତ୍ରଫଳଠାରୁ ମାତ୍ର କିଛି କିଲୋମିଟରେ ଏହି ମିଲିଟାରୀ ଷ୍ଟେସନ୍ ଅପାର ଶକ୍ତି ଧରି ରଖିଛି।