ଅନଲାଇନ ସାମଗ୍ରୀ ମଗାଇବାରେ ମାର୍କେଟପ୍ଳେସ ଫିସ ଚାର୍ଜ ନେବ ଆମାଜନ

0

ବର୍ତ୍ତମାନ ଚାର୍ଜ ମାଗିବ ଆମାଜନ । ଇ-କମର୍ସ ୱେବସାଇଟ ଆମାଜନ ନେବ ଚାର୍ଜ । ଅନଲାଇନ ସାମଗ୍ରୀ ମଗାଇବାରେ କମ୍ପାନୀ ମାର୍କେଟପ୍ଳେସ ଫିସ ଚାର୍ଜ କରିବାର ନିଷ୍ପତ୍ତି ନେଇଛି । ଏହା ନୂଆ ନୁହେଁ ବରଂ ଇନଷ୍ଟାଣ୍ଟ ସାମଗ୍ରୀ ଏବଂ ଫୁଡ ଡେଲିଭରୀ କରୁଥିବା ପ୍ଲାଟଫର୍ମ ବ୍ଲିଙ୍କିଟ୍, ସ୍ୱିଗି ଆରମ୍ଭରୁ ପ୍ରତି ଅର୍ଡରରେ ମାର୍କେଟପ୍ଲେସ ଚାର୍ଜ ନେଇଆସୁଛନ୍ତି । ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ, ଆମାଜନ ବର୍ତ୍ତମାନ ୟୁଜରଙ୍କ ଦ୍ୱାରା କରାଯାଉଥିବା ପ୍ରତି ଅର୍ଡରରେ ୫ ଟଙ୍କାର ମାର୍କେଟପ୍ଲେସ ଚାର୍ଜ ନେବ । କମ୍ପାନୀ ପ୍ରକାଶ କରିବା ମୁତାବକ, ଏହି ଚାର୍ଜ ତାଙ୍କ ଅନଲାଇନ ପ୍ଲାଟଫର୍ମକୁ ଚଲାଇବାରେ ସାହାଯ୍ୟ କରିବ ।
ଏହି ଚାର୍ଜ ୟୁଜର୍ସଙ୍କୁ କୌଣସି ମଧ୍ୟ ପ୍ରାଇଭେଟ ମୂଲ୍ୟ ପରେ ଅଲଗା ଦେବାକୁ ପଡିବ । ୟୁଜର୍ସଙ୍କୁ ମିଳୁଥିବା ରିସିପ୍ଟିରେ ଏହି ଚାର୍ଜ ଭିନ୍ନ ଦେଖାଇବ । କମ୍ପାନୀ କିଛି ଚାର୍ଜରେ ଏହି ଚାର୍ଜ ଲଗାଇବ ନାହିଁ । ମୂଲ୍ୟ ଖୁବ ସ୍ୱଳ୍ପ ହେଲେ ସୁଦ୍ଧା ଇ-କମର୍ସ ପ୍ଲାଟଫର୍ମରେ ଲଗାତାର ଜିନିଷ ମଗାଉଥିବା ଲୋକଙ୍କ ପାଇଁ ମାର୍କେଟପ୍ଳେସ ଚାର୍ଜ ପ୍ରଭାବଶାଳୀ ହେବ ।