ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅଦାଲତର ଝଟକା,ଶେଷ ହେଲା ମାମଲା

0

କଟକ : କୋର୍ଟ ଦେଲେ ଅନୁଭବଙ୍କୁ ଝଟକା । ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅଦାଲତର ଝଟକା । ଉଭୟଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କୋର୍ଟ । ପତ୍ନୀ ବର୍ଷା ମଧ୍ୟ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ । ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ ଖାରଜ । ଉଭୟଙ୍କ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।

ଅନୁଭବଙ୍କ ଓକିଲ କହିଛନ୍ତି  ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ। ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ। ଅନ୍ୟପଟେ ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା, ଯାହା ହେଉ ଆଜି ମାମଲାଟି ଅନ୍ତ ହୋଇଛି ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି।

ଲଳିତେନ୍ଦୁ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଲାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ। ତେବେ ଏ ସଂକ୍ରାନ୍ତରେ ବର୍ଷା ପ୍ରିୟଦର୍ଶିନୀ କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆଗକୁ ରାଜ୍ୟର ଏହି ଚର୍ଚ୍ଚିତ ସିନେ ଦମ୍ପତ୍ତିଙ୍କ ପାରିବାରିକ ବିବାଦ କେଉଁ ମୋଡ ନେଉଛି ତାହାକୁ ସମସ୍ତଙ୍କ ନଜର ରହିଛି।