ଭୁବନେଶ୍ୱର (ରିପୋର୍ଟସ ଟୁଡେ ବ୍ୟୁରୋ ): ସମଗ୍ର ଭାରତ ତଥା ବିଦେଶରେ ଓଡି଼ଶା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି । ଏହାର ବର୍ଣ୍ଣନା କଲେ ଶେଷ ହେବ ନାହିଁ । ଉଦାହରଣ ସ୍ୱରୂପ ଭାରତ ପାଇଁ ଆବଶ୍ୟକ ହେଉଥିବା ଚାଉଳର ୪୦ ପ୍ରତିଶତ କେବଳ ଓଡି଼ଶାରୁ ହିଁ ଉତ୍ପାଦିତ ହୋଇଥାଏ । ସେହିପରି ଜାତୀୟ ଅନ୍ତର୍ଜାତୀୟ ହକିରେ ଓଡି଼ଶାର ନାମ କାହାକୁ ଅଛପା ନାହିଁ । ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଦେଶ ତଥା ବିଦେଶରେ ବିଶେଷ ଖ୍ୟାତି ଅର୍ଜନ କରିଛି । ସେହିପରି ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଦେଶରେ ଶାନ୍ତିପ୍ରିୟ ଲୋକଙ୍କ ଅଭାବ ନାହିଁ । ତଥାପି କିଛି କ୍ଷେତ୍ରରେ ଆଜି ଓଡି଼ଶା ଅବହେଳିତ । ଏହି ଉଦାହରଣ ଭାତହାଣ୍ଡିରୁ ଗୋଟିଏ ଭାତ ପରି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଓଡି଼ଶାର ମେଘାଲି ମାଲବିକା ସ୍ୱାଇଁଙ୍କ କ୍ଷେତ୍ରରେ । କୌନ ବନେଗା କରୋଡପତି (କେବିସି) ସିଜିନ୍ -୭ର ମେଗା ସୋ’ରେ । ସବୁ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ପ୍ରଦାନ କରି ମେଘାଲି ଏକ କୋଟି ଟଙ୍କା ଜିତିବାର ସୌଭାଗ୍ୟ ଅର୍ଜନ କରଥିଲେ । ଓଡି଼ଶାର ଜଣେ ବ୍ୟୁରୋକ୍ରାଟସ୍ଙ୍କ ୭ ବର୍ଷର ଝିଅ ମେଘାଲି ଯିଏକି କେବିସି ମାଧ୍ୟମରେ ସାରା ଦେଶବାସୀଙ୍କୁ ଆଚମ୍ବିତ କରିଥିଲେ । ତେବେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମେଘାଲିଙ୍କ ସାକ୍ଷାତକାର ନେଇ ସର୍ବ ସାକ୍ଷାତରେ ତାଙ୍କର ଜ୍ଞାନର ପ୍ରତିଭା ପ୍ରତିପାଦନ କରିବାରେ ସଫଳ ହୋଇଛି ।
ଏଥି ପୂର୍ବରୁ କୌଟିଲ୍ୟ ନାମକ ଜଣେ ବାଳକ ମଧ୍ୟ କେବିସିରେ ବିଜୟୀ ହୋଇଥିଲେ ।ତେବେ ସେ ସମୟରେ ସମଗ୍ର ଦେଶର ଜାତୀୟ ଗଣମାଧ୍ୟମ ତାଙ୍କ ବିଷୟକୁ ବହୁଳ ଭାବେ ପ୍ରଚାର ଓ ପ୍ରସାର କରିବାକୁ ଭୁଲି ନଥିଲେ । ହେଲେ ଓଡି଼ଶାର ବାଳିକା ମେଘାଲିଙ୍କ କ୍ଷେତ୍ରରେ ସେପରି ହୋଇନଥିଲା । ତାଙ୍କର ପ୍ରତିଭାକୁ ଜାତୀୟ ଗଣମାଧ୍ୟମ ପ୍ରସାରଣ ନ କରିବା ସମସ୍ତଙ୍କୁ ଚକିତ କରିଛି । ତେଣୁ କେବିସି ସିଜିନ୍ -୭ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ମେଘାଲିକୁ ତାଙ୍କର ସ୍ୱତନ୍ତ୍ର ପରିଚୟ ଦେବାରେ ଜାତୀୟ ଗଣମାଧ୍ୟମ ସ୍ୱର ଉଠାଇବାକୁ ଦାବି ହୋଇଛି । କାରଣ ଓଡି଼ଶା ଏପରି ଏକ ରାଜ୍ୟ ଯାହା ସମଗ୍ର ଭାରତବର୍ଷ ସମେତ ବିଦେଶରେ ତାର ନାମକୁ ବେଶ୍ ପ୍ରତିଷ୍ଠିତ କରାଇ ପାରିଛି ।