ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କ ନିର୍ବନ୍ଧ ଶେଷ
ଗତକାଲି (ଗୁରୁବାର) ଥିଲା ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନଯାତ୍ରାରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ।
(ମୁମ୍ବାଇ) : ଗତକାଲି (ଗୁରୁବାର) ଥିଲା ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନଯାତ୍ରାରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ। ଗତକାଲି ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି। ଗର୍ଲଫ୍ରେଣ୍ଡ ମେହାଙ୍କ ସହିତ ତାଙ୍କ ନିର୍ବନ୍ଧ ହୋଇଛି। ମେହା ବୃତ୍ତିରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ।
ସୂଚନାନୁଯାୟୀ , ନିର୍ବନ୍ଧ ନେଇ ମେହା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେମାନେ ଦୁହେଁ କେକ୍ କାଟୁଥିବାର ଫଟୋ ରହିଛି। ଏହା ସହିତ ଏଥିରେ ମେହା ଲେଖିଛନ୍ତି ଯେ ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ସେହିପରି ଅନ୍ୟ ଏକ ପୋଷ୍ଟରେ ମଧ୍ୟ ମେହା ଓ ଅକ୍ଷରଙ୍କ ନିର୍ବନ୍ଧ ବେଳର ଏକାଧିକ ଫଟୋ ରହିଛି। ଏଥିରୁ ଗୋଟିଏରେ ସେମାନେ ପିନ୍ଧିଥିବା ମୁଦି ଦେଖାଉଛନ୍ତି। ଅକ୍ଷର ପଟେଲେ ବି ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି।