ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା କାର୍

ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା କାର୍। ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଆଜି

0

(ବାରିପଦା) : ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା କାର୍। ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଆଜି ଭୋର୍ ପ୍ରାୟ ୫.୩୦ ସମୟରେ ଏକ ପରିତ୍ୟକ୍ତ କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ପରିତ୍ୟକ୍ତ କାର୍‌ରେ ଲାଗିଲା ନିଆଁ। ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଆଜି ଭୋର୍ ପ୍ରାୟ ୫.୩୦ ସମୟରେ ଏକ ପରିତ୍ୟକ୍ତ କାରରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ସତ୍ୟଜିତ୍ ପୃଷ୍ଟି ନାମକ ଜଣେ ଯୁବକ ସେହି ବାଟଦେଇ ମର୍ଣ୍ଣିଂୱାକ୍ କରୁଥିବା ବେଳେ କାର୍ ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।