ହାଇ ଆଲର୍ଟରେ ଭୁବନେଶ୍ୱର ବିମାନ ବନ୍ଦର;ସୁରକ୍ଷା ବ୍ୟବସ୍ଥା କଡାକଡି

0

ଭୁବନେଶ୍ୱର; ଥରିଲାଣି ପାକିସ୍ତାନ । ଭାରତୀୟ ଯବାନ କଡା ପ୍ରହାରରେ ଦୋହଲିଗଲାଣି ପାକିସ୍ତାନ । ଉତ୍ତରାଖଣ୍ଡ , ଚଣ୍ଡିଗଡ ପ୍ରମୁଖ ହାଇ ଆଲର୍ଟରେ ରହିଥିବା ବେଳେ ଓଡିଶାକୁ ହାଇଲର୍ଟ କରାଯାଇଛି । ତେବେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଜଡାକଡି କରାଯାଇଥିବା ଜଣାପଡିଛି । ଦେଶର ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି । ଭୁବନେଶ୍ୱରରୁ ପାଟଣା ଯିବାକୁ ଥିବା 6E6485 ନମ୍ବର ଫ୍ଲାଇଟ ବାତିଲ । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ହୋଇଛନ୍ତି । ଅନ୍ୟସବୁ ଫ୍ଲାଇଟ ନିର୍ଦ୍ଧାରିତ ସମୟରେ ଉଡାଣ ଭରୁଥିବା ବେଳେ ଭୁବନେଶ୍ୱରରୁ ପାଟଣା ଫ୍ଲାଇଟ ବାତିଲ ହୋଇଛି । ବାତିଲ ହେବାର କାରଣ ନେଇ ସଠିକ ସୂଚନା ମିଳିପାରିନାହିଁ । ସନ୍ଧାନୀ କୁକୁର ସାହାଯ୍ୟରେ ତନତନ୍ କରି ଯାଞ୍ଚ କରାଯାଉଛି ।