ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଆଣିଲେ ବଡ ଖବର : ୬ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର – ପୁରୀ ରାସ୍ତା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ; ଭୁବନେଶ୍ୱରରୁ ପୁରୀ ଯାଏଁ ହେବ ସର୍ଭିସ ରୋଡ଼ । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ୪ ଲେନ ଥିବା ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ । ଏଥିପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେପଟେ ଚଣ୍ଡିଖୋଲରୁ ବଡ଼ବିଲ ପର୍ଯ୍ୟନ୍ତ ଥିବା ରାସ୍ତାକୁ ମଧ୍ୟ ୮ ଲେନ ବିଶିଷ୍ଟ କରାଯିବ । ସେହିପରି କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପକ୍ଷରୁ ଖୋର୍ଦ୍ଧା-ନୟାଗଡ଼ ରାସ୍ତାକୁ ୪ ଲେନ, କେସିଙ୍ଗା ଜୁନାଗଡ଼ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବା ପାଇଁ ପାଣ୍ଠି ମିଳିଛି। ଏହା ବ୍ୟତୀତ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ତାଙ୍କ ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।