ବ୍ୟୁରୋ : ଶେଷ ନିଶ୍ୱାସ ତ୍ୟାଗ କଲେ ଫାଇଟର ପାଇଲଟ । ବିଗତ ୨୨ ତାରିଖ ଦିନ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗ୍ରୁପ୍ କ୍ୟାପଟେନ୍ ବିରଜା ପ୍ରସାଦ ପଟ୍ଟନାୟକ । କିଛି ଦିନ ପୂର୍ବରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।
ଗ୍ରୁପ୍ କ୍ୟାପଟେନ୍ ପଟ୍ଟନାୟକ୍ ଭାରତୀୟ ବାୟୁସେନାର ଜଣେ ଫାଇଟର ପାଇଲଟ୍ ଥିଲେ । ଯିଏ ୧୯୬୫ ଏବଂ ୧୯୭୧ ଉଭୟ ଯୁଦ୍ଧ ସମୟରେ ପାକିସ୍ତାନ ସୀମା ପ୍ରବେଶ କରି, ରେଳବାଇ ଭଳି ଶତ୍ରୁମାନଙ୍କର ରଣନୀତିକ ଲଜିଷ୍ଟିକ୍ ସ୍ଥାପନାକୁ ନଷ୍ଟ କରିଥିଲେ। । ୨୫ ନଭେମ୍ବରରେ ପଟ୍ଟନାୟକଙ୍କ ମୃତଦେହ ତାଙ୍କ ଘରକୁ ଅଣାଯାଇଥିଲା ଏବଂ ବହୁ ଗଣମାନ୍ୟ ବ୍ୟକ୍ତି ତାଙ୍କର ଶେଷ ସମ୍ମାନ ଦେଇଥିଲେ।
ପ୍ରକାଶ ଥାଉ କି, ସେ ଛାତ୍ର ଦିନରୁ ଫାଇଟର୍ ପାଇଲଟ୍ ହେବାକୁ ଇଚ୍ଛା କରିଥିଲେ । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱରର ଫ୍ଲାଇଙ୍ଗ କ୍ଲବରେ ତାଲିମପ୍ରାପ୍ତ କରିଥିଲେ। ଏହା ପରେ ୧୯ ବର୍ଷ ବୟସରେ ଯୁଦ୍ଧ ବିମାନ ପାଇଲଟ ହେବା ପାଇଁ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ।
ଯୁଦ୍ଧ ସମୟରେ ତାଙ୍କର ଅବଦାନ ବ୍ୟତୀତ ସେ ଜଣେ ଫ୍ଲାଇଙ୍ଗ୍ ଇନ୍ସଷ୍ଟ୍ରକ୍ଟର୍ ଭାବରେ ଓଇୠ ର ଯୁବ ପାଇଲଟ ମାନଙ୍କୁ ତାଲିମ ଦେଇଛନ୍ତି ଜ୍ଝ ତାଙ୍କ କ୍ୟାରିଅର୍ ସମୟରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦ ମଧ୍ୟ ଦିଆଯାଇଛି। ତାଙ୍କର ଶେଷ ପଦବୀରେ , ଓଡିଶାର ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବରେ ୩୧ ଜାନୁଆରୀ ୧୯୯୭ ରେ ଅବସର ଗ୍ରହଣ କରିଥିଲେ।
ଅବସର ପରେ ଗ୍ରୁପ୍ କ୍ୟାପଟେନ୍ ବି ପି ପଟ୍ଟାନାୟକ୍ ଅବସରପ୍ରାପ୍ତ ସୈନିକ ବିଧବା ଏବଂ ସେମାନଙ୍କ ପରିବାର ମାନଙ୍କର କଲ୍ୟାଣ କାର୍ୟ୍ୟରେ ଜଡିତ ଥିଲେ।