ଚିଦାମ୍ବରମଙ୍କ ଆତ୍ମସମର୍ପଣ ଆବେଦନ ଖାରଜ କଲେ ସିବିଆଇ କୋର୍ଟ

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଳୀ):ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରା ପୁର୍ବରୁ ସିବିଆଇ ବା ଇଡିକୁ ଧରାଦେଉ ନଥିବା ପୁର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବେ ଆତ୍ମସମର୍ପଣ କରିବା ପାଇଁ ଆବେଦନ କରିବାକୁ ଚାହିଁଲେ ବି ଅନୁମତି ମିଳୁନାହିଁ । ଏହି ଦୁର୍ନୀତି ମାମଲାରେ ଆଜି ଇଡି ଆଗରେ ଆତ୍ମସମର୍ପଣ କରିବା ପାଇଁ ସେ କରିଥିବା ଏକ ଆବେଦନକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ଚିଦାମ୍ବରମଙ୍କୁ ଆଉ କିଛି ଦିନ ତିହାର ଜେଲରେ ରହିବାକୁ ପଡିବ ।