ପୁରୀ /ସଂଞ୍ଜୟ ମହାପାତ୍ର : ପୁରୀ ଗସ୍ତରେ ଭାରତୀୟ କ୍ରୀକେଟର ଚେତନ ସାକାରିଆ । ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ଏସିଆ କପ୍ ଫାଇନାଲରେ ଭାରତର ବିଜୟ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଚେତନ। ତେବେ ସେ ଭାରତ ପାଇଁ ଶ୍ରୀଲଙ୍କା ବିରୁଦ୍ଧରେ T20 ସିରିଜ ଦିନିକିଆ ଖେଳୁଛନ୍ତି। IPL ରେ ବି ତିନିବର୍ଷ ହେବ ଖେଳୁଛନ୍ତି। ବିଶେଷକରି ଭାରତ ଟିମରେ ଖେଳିବା ସହ ଟିମ୍ ଇଣ୍ଡିଆର ସଦସ୍ଯ ହେବା ପାଇଁ ଆଶା ରହିଛି। ତେବେ ଯେତିକି କପ୍ ଖେଳୁଛି ସବୁ କପ ସହ ବିଶ୍ୱକପରେ ମଧ୍ୟ ବିଜୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଚେତନ। ତେବେ ପରିବାର ସହ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବାରୁ ସେ ଅତ୍ଯନ୍ତ ଖୁସିବ୍ଯକ୍ତ କରିଛନ୍ତି।