ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ‘ଜବାନ’ ଫିଲ୍ମର ବିତରଣ ବନ୍ଦ କରିବାକୁ
ଦିଲ୍ଲୀ ହାଇକୋର୍ଟର କଡ଼ା ନିର୍ଦ୍ଦେଶ ସୋସିଆଲ ମିଡିଆରେ ‘ଜବାନ’ ଫିଲ୍ମର ବିତରଣ ବନ୍ଦ କରିବାକୁ
‘ଜବାନ’ ମୁଭିର ବିତରଣ ବନ୍ଦ କରିବାକୁ ଦିଲ୍ଲୀ ହାଇକେର୍ଟର ନିର୍ଦ୍ଦେଶ । ସେସିଆଲ ମିଡିଆରେ ସବୁ ଏହାର ସାର୍କୁଲେଟ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ସର୍କୁଲେଟ ହେଉଥିବା ହ୍ଵାଟସ୍ଆପ୍ ଓ ଟେଲିଗ୍ରାମ ଚ୍ୟାନେଲ ଗ୍ରୁପକୁ ବନ୍ଦ କରିବାକୁ ମେଟା ଓ ଟେଲିଗ୍ରାମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସୋସିଆଲ ମିଡିଆ ସାଇଟ ସହ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ, ଆଇଡିଆ, ରିଲାଏନ୍ସ ଜିଓ ଏବଂ ବିଏସ୍ଏନ୍ଏଲ୍କୁ ମଧ୍ୟ ସବ୍ସ୍କ୍ରାଇବରଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ ସିନେମାର ପାଇରେସୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଶାହରୁଖ ଖାନଙ୍କ ଅଭିନୀତ ‘ଜବାନ’ ସିନେମାର ନିର୍ମାତା ରେଡ୍ ଚିଲ୍ଲୀଜ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍ ସି ହରିଶଙ୍କର ରାୟ ପ୍ରକାଶ କରିଛନ୍ତି। ବେଆଇନ କପି ଅନ୍ଲାଇନ ବିକ୍ରି କରିବା ମାମଲାରେ ଫିଲ୍ମ ନିର୍ମାତା କମ୍ପାନୀ ରୋହିତ ଓ ଅନ୍ୟମାନଙ୍କ ବିରୋଧରେ ସେପ୍ଟେମ୍ବର ୧୩ରେ ମୁମ୍ବାଇର ସାନ୍ତାକ୍ରୁଜ ଥାନାରେ ଅଭିଯୋଗ ଦାଖଲ କରିଥିଲା।