ଲୁଣ ଫ୍ୟାକ୍ଟ୍ରିରେ ଅଘଟଣ, କାନ୍ଥ ଭୁଶୁଡ଼ି ୧୨ ମୃତ

ଗୋଟାଏ ପଟେ ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ଅନ୍ୟପଟେ ଲଗାତାର ଭାବେ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୧୨ ମୃତ।

0

(ଦିଲ୍ଲୀ) : ଗୋଟାଏ ପଟେ ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ଅନ୍ୟପଟେ ଲଗାତାର ଭାବେ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୧୨ ମୃତ। ଗୁଜୁରାଟର ମୋରବି ହଲୱାଡ ଜିଆଇଡିସିରେ ଏକ ଲୁଣ ଫ୍ୟାକ୍ଟ୍ରିରେ ଏଭଳି ଅଘଟଣ ଘଟିଛି। କାନ୍ଥ ତଳେ ଆଉ ୩ ଜଣ ଛପି ରହିଛନ୍ତି। ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି।  ଏଯାବତ୍ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ କାନ୍ଥ ତଳେ ଚାପି ହୋଇ ରହିଛନ୍ତି।

ସୂଚନାନୁଯାୟୀ, ବୁଧବାର ଗୁଜୁରାଟର ମୋରବି ସ୍ଥିତ ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଫ୍ୟାକ୍ଟିରେ କାମ କରୁଥିବା ଲୋକ କାନ୍ଥ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।