ଟାଙ୍ଗୀ : ପୁଣି ବାଇକ ଦୁର୍ଘଟଣାରେ ଦୁଇ ମୃତ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଗତ କାଲି ରାତିରେ ସୋରଣରେ ଦୁର୍ଘଟଣା ଘଟିଛି । ସୋରଣ ଗ୍ରାମରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଫାଲକନ ନିକଟରେ ଦୁର୍ଘଟଣା ଘଟି ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଦ୍ୱୟଙ୍କର ବୟସ ୩୦ ରୁ ୩୫ ବର୍ଷ ହେଵ ବୋଲି ଜଣା ପଡିଛି । ଟାଙ୍ଗୀ ପୋଲିସ ଶବ ଦୁଇଟିକୁ ଜବତ କରି ତଦନ୍ତ କରୁଛି । ଶବ ଦୁଇଟି କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଂରକ୍ଷିତ କରି ରଖା ଯାଇଛି । ତେବେ ଗତ କାଲି ମଧ୍ୟ ଟାଙ୍ଗୀ କାଳୁପଡା ଘାଟ ରାସ୍ତାର ବଡ଼ ଶଙ୍ଖ ଠାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ମାନସ ଜେନା ବୟସ ୪୦ ବର୍ଷ ଘର ହରିରାଜପୁର ପୁରୀ ଜିଲ୍ଲା ବୋଲି ଜଣା ପଡିଛି ।